After Tapaswini, Madhabi Suna Protest in front of her husband's house at Dhenkanal #NNSODIA

After Tapaswini, Madhabi Suna Protest in front of her husband's house at Dhenkanal #NNSODIA

ନ୍ୟାୟ ପାଇଁ ସ୍ୱାମୀଙ୍କ ଘରେ ଆଗରେ ଧାରଣାରେ ବସିଲେ ଆଉ ଜଣେ ମହିଳା । ବ୍ରହ୍ମପୁର ପରେ ଢେଙ୍କାନାଳ ଲକ୍ଷ୍ମୀବଜାର ସ୍ଥିତ ମହ୍ଲାରସାହି ନିକଟରେ ମାଧବୀ ସୁନା ନାମକ ଜଣେ ମହିଳା ନ୍ୟାୟ ଦାବି କରି ସ୍ୱାମୀଙ୍କ ଘର ଆଗରେ ଧାରଣାରେ ବସିଛନ୍ତି । ବିବାହର ଦୁଇବର୍ଷ ପରେ ସ୍ୱାମୀ ମହେନ୍ଦ୍ର ସାହୁ ତାଙ୍କୁ ନିର୍ଯାତନା ଦେଇ ଘରୁ ତଡି ଦେଇଥିବା ସେ ଅଭିଯୋଗ କରିଛନ୍ତି । ୧୯୯୫ ମସିହାରେ ମହେନ୍ଦ୍ର ସାହୁଙ୍କୁ ବିବାହ କରିଥିଲେ ମାଧବୀ । ତାଙ୍କର ଏକ ପୁଅ ମଧ୍ୟ ଅଛି । ବିବାହର ଦୁଇବର୍ଷ ପରେ ସ୍ୱାମୀ ମହେନ୍ଦ୍ର ତାଙ୍କୁ ନିର୍ଯାତନା ଦେଇ ଘରୁ ତଡି ଦେଇଥିବା ଅଭିଯୋଗ ହୋଇଛି । ମାଧବୀଙ୍କୁ ତାଙ୍କ ନଣନ୍ଦ, ଦିଅର ଓ ଶ୍ବଶୁର ଶାରୀରିକ, ମାନସିକ ନିର୍ଯାତନା ଦେଇଥିବା ସେ ଅଭିଯୋଗ କରିଛନ୍ତି । ଫଳରେ ବାଧ୍ୟ ହୋଇ ସେ ନିଜ ବାପଘର ବଲାଙ୍ଗିର ପଳାଇଥିଲେ । ବଲାଙ୍ଗିରରେ ରହୁଥିବା ବେଳେ ମହେନ୍ଦ୍ର ତାଙ୍କ ସହ ଫୋନରେ ଯୋଗାଯୋଗ ରଖିଥିଲେ ବୋଲି ମାଧବୀ କହିଛନ୍ତି । ପୁଣି ତାଙ୍କୁ ଘରକୁ ଆଣିବେ ବୋଲି ପ୍ରତିଶୃତି ଦେଇଥିଲେ ମହେନ୍ଦ୍ର । ହେଲେ ଏଥିରେ ବିଳମ୍ବ ହେବାରୁ ମାଧବୀ ଆଜି ଢେଙ୍କାନାଳସ୍ଥିତ ସ୍ୱାମୀଙ୍କ ଘର ଆଗରେ ନିଜର ହକ୍ ପାଇଁ ଧାରଣାରେ ବସିଥିଲେ । ଏ ନେଇ ଟାଉନ ଥାନା ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ମାଧବୀଙ୍କୁ ଏକ ଲିଖିତ ଅଭିଯୋଗ ଦେବା ପରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେବା ସହ ଧାରଣାରୁ ଉଠିବାକୁ କହିଥିଲେ । WANT TO BE A PART OF #nnsodia or BE PART OF THE EVENTS ?.... STAY IN TOUCH: For more and more sensational news, exclusives, and many more such interesting programs stay tuned....... DO NOT FORGET TO HIT SUBSCRIBE & LIKE BUTTON. -------------------------------------------------------------------- Gmail : - [email protected] YouTube :    / nnsodia   Facebook :   / nnsodia   Twitter :   / nnsodia   Instagram :   / nnsodia   Website : www.nnsodia.com #NNS #NNSODIA #odisha #odianews #odia ---------------------------------------------------------------------- If you enjoyed the video do not forget to hit LIKE & SUBSCRIBE button. And do comments. Your feedback is highly solicited. Thank You.