ମଣିଷର ପାକତନ୍ତ୍ର (Digestive System of man) ଆମେ ଖାଉଥିବା ଖାଦ୍ୟସମୂହ ସିଧାସଳଖ କୋଷ ଦ୍ଵାରା ବ୍ୟବହୃତ ହୋଇପାରେନି। ଏହା ପ୍ରଥମେ ଆମର ପାକତନ୍ତ୍ର ଦ୍ବାରା ସରଳୀକୃତ ହୋଇ ଶୋଷଣ ଉପଯୋଗୀ ଖାଦ୍ୟରେ ପରିଣତ ହୁଏ ଓ ଶେଷରେ ରକ୍ତରେ ମିଶିଥାଏ । ଏହାକୁ ହଜମ (ପରିପାକ) ବା ଜୀର୍ଣ୍ଣ ହେବା କହିଥାଉ । ଅଦରକାରୀ ଅଂଶ ମଳ ରୂପେ ଶରୀରରୁ ନିଷ୍କାସିତ ହୋଇଥାଏ । ଆମର ପାକତନ୍ତ୍ର ପାକନଳୀ ଓ ପାକଗ୍ରନ୍ଥିକୁ ନେଇ ଗଠିତ । ପାଚନ ନଳୀ/ ପାକ ନଳୀ (Alimentary Canal) ପାକନଳୀ ପାଟିରୁ ଆରମ୍ଭ ହୋଇ ମଳଦ୍ଵାରରେ ଶେଷ ହୋଇଛି । ଗଠନ ଓ କାର୍ଯ୍ୟ ଅନୁସାରେ ଏହାକୁ ବିଭିନ୍ନ ଅଂଶରେ ଭାଗ କରାଯାଇଛି । ଯଥା : ପାଟି, ମୁଖଗହ୍ଵର, ଗ୍ରସନୀ, ଗ୍ରାସନଳୀ, ପାକସ୍ଥଳୀ, କ୍ଷୁଦ୍ରାନ୍ତ୍ର, ବୃହଦନ୍ତ୍ର, ମଳାଶୟ ଓ ମଳଦ୍ଵାର । ପାକନଳୀ ଦେଖିବାକୁ ଗୋଟିଏ ଲମ୍ବ ଟ୍ୟୁବ ପରି । ଏହାର କାନ୍ଥ ବର୍ତ୍ତୁଳ ବା ଚକ୍ରାକୃତି ପେଶୀ (Circular muscle) ଓ ଲମ୍ବ ଭାବରେ ବିସ୍ତୃତ ବା ଅନୁଦୈର୍ଘ୍ୟ ପେଶୀ (Longitudinal muscles) ଦ୍ଵାରା ଗଠିତ । ଏହି ଦୁଇ ପ୍ରକାର ପେଶୀର ସଂକୋଚନ ଓ ଶିଥୁଳନ (Contraction and Relaxation) ଫଳରେ ଖାଦ୍ୟ ଗ୍ରସନୀରୁ ମଳଦ୍ଵାର ପର୍ଯ୍ୟନ୍ତ ଯାଇଥାଏ । ପାକ ନଳୀର ଏହି ଚଳନକୁ ପୁରଃସରଣ ବା ପେରିଷ୍ଟାଲସିସ୍ (Peristalsis) କୁହାଯାଏ । ପାଟି ଓ ମୁଖଗହ୍ଵର (Mouth and Buccal Cavity) : ପାଟିକୁ ଘେରି ରହିଛି ଉପର ଓ ତଳ ଓଠ । ପାଟି ଭିତରକୁ ରହିଛି ମୁଖ ଗହ୍ବର । ମୁଖଗହ୍ଵରର ଦୁଇ କଡ଼ରେ ରହିଚି ଗାଲ, ତଳେ ଜିଭ, ଉପର ଅଂଶରେ ତାଳୁ (Palate) ଓ ଦୁଇ ମାଢ଼ିରେ ଦାନ୍ତ । ଦାନ୍ତ (Teeth): ମଣିଷର ଜୀବନକାଳ ମଧ୍ୟରେ ପ୍ରତ୍ୟେକ ମାଢ଼ିରେ ଦୁଇଥର ଦାନ୍ତ ଉଠେ । ଶିଶୁ ଅବସ୍ଥାରେ କ୍ଷୀରଦାନ୍ତ (Milk teeth) ଉଠେ । ଛଅ ବର୍ଷ ବେଳକୁ ଉକ୍ତ ଦାନ୍ତ ଝଡ଼ିବାକୁ ଆରମ୍ଭ କରେ । ଏହି ସ୍ଥାନରେ ସ୍ଥାୟୀଦାନ୍ତ (Permanent teeth) ଉଠେ । ବୟସ୍କ ଲୋକର ତଳ ଓ ଉପର ମାଢ଼ିରେ 32 ଟି (16 ଟି ଲେଖାଏଁ) ଦାନ୍ତ ଥାଏ । ପ୍ରତି ମାଢ଼ିରେ 4 ଟି କର୍ତନ ଦାନ୍ତ (Incisor), 2 ଟି ଛେଦକ ବା ଶ୍ଵାନଦାନ୍ତ (Canine), 4 (Premolar) 3 6 6 ପେଷଣ ଦାନ୍ତ (Molar) ରହିଅଛି । ଜିଭ (Tongue) : ଖଟା, ମିଠା, ପିତା, ଓ ଲୁଣିଆ ସ୍ଵାଦ ବାରିବା ପାଇଁ ଜିଭରେ ତିନି ପ୍ରକାରର ସ୍ଵାଦମୁକୁଳ (Taste buds) ରହିଛି । ଖାଦ୍ୟକୁ ଦାନ୍ତ ନିକଟରେ ପହଞ୍ଚାଇବା ସହିତ କଥା କହିବାରେ ମଧ୍ୟ ଜିଭସହାୟତା କରେ । ଗ୍ରସନୀ ଓ ଗ୍ରାସନଳୀ (Pharynx and Oesophagus): ନାସାପଥ ଓ ମୁଖଗହ୍ଵର ମିଶି ଗ୍ରସନୀ ତିଆରି ହୋଇଛି । ଏହା ଉଭୟ ଖାଦ୍ୟ ଓ ଶ୍ଵାସ ବାୟୁ ଯିବାପାଇଁ ଏକ ସାଧାରଣ ପଥ । ଏହାର ଶେଷମୁଣ୍ଡରେ ରହିଛି ଦୁଇଟି ଦ୍ଵାର । ଗୋଟିଏ ଦ୍ଵାର ଖୋଲିଛି ଶ୍ଵାସନଳୀ ଭିତରକୁ, ଅନ୍ୟଟି ଖୋଲିଛି ଖାଦ୍ୟନଳୀ ମଧ୍ୟକୁ । ଖାଦ୍ୟନଳୀର ଦ୍ଵାରକୁ ଗଲେଟ (Gullet) ଓ ଶ୍ଵାସନଳୀର ଦ୍ଵାରକୁ ଗ୍ଲଟିସ୍ (Glottis) କୁହାଯାଏ । ଶ୍ଵାସନଳୀର ଦ୍ଵାରରେ ରହିଛି ଏକ ତରୁଣାସ୍ଥିର ପ୍ଲେଟ (Cartilagenous plate) । ଏହି ପ୍ଲେଟକୁ ଅଧ୍ୱଜିହ୍ବା ବା ଏପି ପ୍ଲଟିସ୍ (Epiglottis) କୁହାଯାଏ । ଖାଦ୍ୟ ଗିଳିବା ସମୟରେ ଅଧୂଜିହ୍ବା ଦ୍ଵାରା ଶ୍ଵାସନଳୀର ଦ୍ଵାର ବନ୍ଦ ରହେ । ଫଳରେ ଖାଦ୍ୟ କେବଳ ଖାଦ୍ୟନଳୀ ଭିତରକୁ ପ୍ରବେଶ କରିଥାଏ । ଗ୍ରାସନଳୀ ବେକ ମଧ୍ୟ ଦେଇ ତଳ ଆଡ଼କୁ ଗତି କରିଛି ଏବଂ ମଧ୍ୟଚ୍ଛଦା (Diaphragm) କୁ ଭେଦ କରି ପାକସ୍ଥଳୀକୁ ଖୋଲିଛି । ପାକସ୍ଥଳୀ (Stomach) : ଉଦର ଗହ୍ଵରର ବାମପଟେ ପାକସ୍ଥଳୀ ରହିଛି। ଏହାର ଉପରଭାଗ ଚଉଡ଼ା ଓ ତଳ ଅଂଶ କମ୍ ଓସାରିଆ। ଉପର ଅଂଶ ହୃତ୍ପିଣ୍ଡ ନିକଟରେ ଥିବାରୁ ଏହି ଭାଗକୁ କାର୍ଡିଆକ୍ ଷ୍ଟୋମାକ୍ (Cardiac stomach) ଓ ତଳଭାଗକୁ ପାଇଲୋରିକ୍ ଷ୍ଟୋମାକ୍ (Pyloric stomach) କୁହାଯାଏ। ପାଇଲୋରିକ୍ ଷ୍ଟୋମାକ୍ ଶେଷରେ ଥିବା ମୁଦ୍ରିକା ଆକାରର ମାଂସପେଶୀ ବା ଅବରୋଧକୁ ପାଇଲୋରିକ୍ ସ୍ପିନ୍ଟର୍ (Pyloric sphinter) କୁହାଯାଏ । ଏହାର ସଂକୋଚନ ଓ ଉନ୍ମୋଚନ ଫଳରେ ପାକସ୍ଥଳୀରୁ ଅର୍ଦ୍ଧଜୀର୍ଣ୍ଣ ଖାଦ୍ୟ ଅଳ୍ପ ଅଳ୍ପ ପରିମାଣରେ କ୍ଷୁଦ୍ରାନ୍ତ୍ର ମଧ୍ୟକୁ ପ୍ରବେଶ କରେ । କ୍ଷୁଦ୍ରାନ୍ତ୍ର ଓ ବୃହଦନ୍ତ୍ର(Small intestine & Large intestine) : କ୍ଷୁଦ୍ରାନ୍ତ୍ର ପାକସ୍ଥଳୀଠାରୁ ବୃହଦନ୍ତ୍ର ପର୍ଯ୍ୟନ୍ତ ଲମ୍ବିଛି । ଏହା ଗ୍ରହଣୀ (Duodenum), ଜେଜୁନମ୍ (Jejunum) ଓ ଇଲିଅମ୍ (Ileum) କୁ ନେଇ ଗଠିତ । ବୃହଦନ୍ତ୍ର ଖାଦ୍ୟନଳୀର ଶେଷ ଅଂଶ ଏବଂ ତିନିଭାଗରେ ବିଭକ୍ତ । ଯଥା : ସିକମ୍ (Caecum), କୋଲୋନ (Colon) ଓ ମଳାଶୟ (Rectum) | କ୍ଷୁଦ୍ରାନ୍ତ୍ରର ଶେଷ ଇଲିୟମ୍ ଓ ବୃହଦନ୍ତ୍ରର ଆରମ୍ଭ ସିକମ୍ର ସଂଯୋଗ ସ୍ଥଳରେ ଭରମିଫର୍ମ ଆପେନ୍ଡିକ୍ସ (Vermiform appendix) ନାମକ ଏକ ଅବଶେଷାଙ୍ଗ ରହିଛି । ପାକଗ୍ରନ୍ଥି (Digestive glands) : ଖାଦ୍ୟକୁ ସରଳୀକୃତ କରିବା ପାଇଁ ପାକନଳୀ ମଧ୍ୟରେ ଅନେକ ଗୁଡ଼ିଏ ପାକଗ୍ରନ୍ଥି ଅଛି । ଯଥା : ଲାଳ ଗ୍ରନ୍ଥି(Salivary gland) : ମୁଖ ଗହ୍ଵରରେ ତିନି ଯୋଡ଼ା ଲାଳଗ୍ରନ୍ଥି ରହିଛି । ଏଥିରୁ ଲାଳ କ୍ଷରିତ ହୁଏ । ଲାଳରେ ଟାୟାଲିନ୍ (Ptyalin) ନାମକ ଏକ ଏନ୍ଜାଇ ନାଇମ୍ ରହିଛି । ଏହା ଶ୍ଵେତସାର ଖାଦ୍ୟକୁ ହଜମ କରାଏ ଜଠର ଗ୍ରନ୍ଥି (Gastric gland) : ଏହି ଗ୍ରନ୍ଥିରୁ କ୍ଷରିତ ହେଉଥିବା ରସକୁ ପାଚକ ରସ (Gastric juice) କୁହାଯାଏ। ଏଥିରେ ଲବଣାମ୍ଳ (HCI) ସହିତ ପେପସିନ୍ (Pepsin) ଓ ଲାଇପେଜ୍ (Lipase) ଏନଜାଇମ୍ ରହିଛି । ଯକୃତ (Liver): ମଣିଷ ଶରୀରରେ ଥିବା ଗ୍ରନ୍ଥି ମଧ୍ୟରେ ଏହା ସର୍ବବୃହତ୍ତ। ଏହା ଖାଦ୍ୟନଳୀ ବାହାରେ ରହିଛି । ଏଥରୁ କ୍ଷରିତ ପିତ୍ତ (Bile), ନଳୀ ଦ୍ବାରା ଗ୍ରହଣୀ ମଧ୍ୟକୁ ପ୍ରବେଶ କରିଥାଏ । ଅଗ୍ନ୍ୟାଶୟ (Pancreas) : ଏହା ଏକ ମିଶ୍ରିତ ଗ୍ରନ୍ଥି (Mixed gland) । ଏହା ମଧ୍ୟ ଖାଦ୍ୟନଳୀ ବାହାରେ ରହିଛି । ଏଥିରୁ ଉଭୟ ଏନ୍ଜାଇମ୍ ଓ ହରମୋନ୍ କ୍ଷରିତ ହୁଏ । ଅଗ୍ନ୍ୟାଶୟ ରସ (Pancreatic juice) ରେ ଆମାଇଲେଜ୍ (Amylase), ଲାଇପେଜ୍ (Lipase) ଏବଂ ପ୍ରୋଟି ଏଜ୍ (Protease) ପରି ଖାଦ୍ୟ ହଜମକାରୀ ଏନ୍ଜାଇମ୍ ରହିଛନ୍ତି । ଏ ସମସ୍ତ ଏନ୍ଜାଇମ୍ ଗ୍ରହଣୀ ମଧ୍ୟରେ ଖାଦ୍ୟ ସହିତ ମିଶେ । ଆନ୍ତ୍ରିକ ଗ୍ରନ୍ଥି (Intestinal gland) : କ୍ଷୁଦ୍ରାନ୍ତ୍ରରେ ଥିବା ଆନ୍ତ୍ରିକ ଗ୍ରନ୍ଥି ଗୁଡ଼ିକରୁ ଆନ୍ତ୍ରିକ ରସ (Intestinal juice) କ୍ଷରିତ ହୁଏ । ଏହି ରସରେ ଥିବା ବିଭିନ୍ନ ପ୍ରକାରର ଏନ୍ଜାଇମ୍ ହଜମକ୍ରିୟା ଶେଷ କରନ୍ତି । ପାଚନକ୍ରିୟା (Digestion) ।